ତୃପ୍ତି ରଞ୍ଜନ ଦାସTrupti Ranjan Das

Poetry

ନୌକା ବିହାର

Nauka Bihara

ନୌକା ବିହାର (Nauka Bihara) by Dr. Trupti Ranjan Das

Poetry

By Dr. Trupti Ranjan Das

ଆଖିରେ ଖସି ପଡ଼ିଛି ଖରାର ଖୋଳପା
ରାଜା ଝିଅ କାନ ଫୁଲ ପରି ଚକ୍ ଚକ୍ କରୁଛି ପାଣି
ଆମେ ଅହୁଲା ମାରିବା ବେଳେ ନିଃଶ୍ୱାସ ମିଶି ଯାଉଛନ୍ତି ପବନରେ
ଶାନ୍ତ ଢେଉ ମାନଙ୍କୁ ଗଣି ଗଣି

ତମେ କେବେ ବସି ନଥିଲ ମୋର ଖୁବ୍ ନିକଟରେ
ଶୁଣି ନଥିଲ ମୋ ସ୍ପନ୍ଦନ , ଜାଣି ନଥିଲ ମୁଁ ପାଣିକୁ କେତେ ଡରେ?
ଦଳେ ପକ୍ଷୀ ଉଡି ଆସି ଆମ ନୌକା କୁ ଛୁଇଁବା ବେଳେ
ତୁମ ହାତ ସେହିକ୍ଷଣି ରଖିଦେଲ ମୋ ହାତ ଉପରେ

ଅର୍ଦ୍ଧ ନଗ୍ନା ପାହାଡ ଟିଏ ପାଣିରେ ପାରି ଦେଇ ସବୁଜ ପଣତ
ଦେହ ତାର ଧୁଏ
ଆଖି ବୁଜି ଆକାଶ କୁ ନିଜ ଦେହ ଛୁଏଁ
ସେଦିନ ହଠାତ୍ ମଟର ଦଙ୍ଗାର ଶବ୍ଦ ରେ ତା ଧ୍ୟାନ ଭଗ୍ନ ହେଲା
ଆମ ଆଖିକୁ ଚାହିଁବା ବେଳେ ତା ଦେହ ଆଖି ନାଲି ଦିଶୁଥିଲା

ତମେ ମୋ ଆଖିରେ ହାତ ରଖିଦେଲ
ମତେ ଏବେ ସବୁକିଛି ଆହୁରି ଫର୍ଚା ଦିଶିଲା
ଖୁବ୍ ନିକଟରେ ତୁମ ଓଠ ଥିଲା

© ତୃପ୍ତି ରଞ୍ଜନ ଦାସ

More read by Dr. Trupti Ranjan Das