ତୃପ୍ତି ରଞ୍ଜନ ଦାସTrupti Ranjan Das

Poetry

ବିଜୁଳିଖୁଣ୍ଟ

Bijulikhunta

ବିଜୁଳିଖୁଣ୍ଟ (Bijulikhunta) by Dr. Trupti Ranjan Das

Poetry

By Dr. Trupti Ranjan Das

ଏ ଦେହ ଗୋଟେ ବିଜୁଳି ଖୁଣ୍ଟ
ଦୁଇ ହାତ ମୋର ଲମ୍ବିଛି
ସରି ନଥିବା ତାର ପରି ଦୂରକୁ ଦୂରକୁ

ମୁଁ ସଜାଡ଼ି ପାରୁନି ମୋ କେଶ
ଲୁଚାଇ ପାରୁନି ଆଖି
ଆଞ୍ଜୁଳାଏ ମେଘ ଆଣି ଧୋଇ ପାରୁନି ମୁହଁ
ସତେକି କୁମ୍ଭ ମେଳାର କେଉଁ ଏକ ଯୋଗୀ!

ଉଡ଼ି ଆସି ବସନ୍ତି କେତେ କେତେ ପକ୍ଷୀ
ପୁଣି କେତେବେଳେ
କାହା ସ୍ବପ୍ନର ଗୁଡ଼ିଟେ ଯାଏ ଲାଖି ।
କେବେ କେବେ ଆକାଶ ଶୁଖାଏ ତାର କୁହୁଡ଼ି ପଣତ!
ପୁଣି କେବେ ରାଜା ଝିଅ ପାଇଁ ଝୁଲେ ଆସି
ବଉଦ ପାଲିଙ୍କି !

ନୀତି ସଞ୍ଜରେ ସାମ୍ନା ଘର ବାଲକୋନୀରୁ
ଗୋଟିଏ ଆହତ ନଜରକୁ ଦେଖେ...
ସେ ପିଜି ଶେଷବର୍ଷର ଝିଅଟି
ମୋ ହାତରେ ତା ଭାଗ୍ୟ ରେଖା ଦେଖେ ।

ଦେହ ନାଠି ହେଇଗଲାଣି କେବେଠୁ
ହଜାର ହଜାର ଭୋଲ୍ଟ ର ବିଜୁଳି ଧରି

ଏ ହାତ ସେମିତି ଖୋଲା ଅଛି
କେହି ଯଦି ଝଡ ହେଇ ଆସିବ ଅକସ୍ମାତ୍
ମୋତେ ଆଲିଙ୍ଗନ କଲାବେଳେ
ଲଗେଇ ଦେବ ମଲମ
ଆଉ ଦେହରୁ କାଢି ନେବ
ଏ ଜଳନ୍ତା ଦୁଃଖକୁ ।

© ତୃପ୍ତି ରଞ୍ଜନ ଦାସ

More read by Dr. Trupti Ranjan Das