ତୃପ୍ତି ରଞ୍ଜନ ଦାସTrupti Ranjan Das

Ghazal

ମନା କରିବୁନି

Manakaribuni

ମନା କରିବୁନି (Manakaribuni) by Dr. Trupti Ranjan Das

Ghazal

By Dr. Trupti Ranjan Das

ତୋ ହାତରୁ ରେଖାଟିଏ ନେବି ମନା କରିବୁନି
ମୋ ହାତରେ ମିଶେଇ ଦେଖିବି ମନା କରିବୁନି

ତୁ ଚାନ୍ଦିର ତାରିଖଟେ ମୋ ଗଲା ଜନମର
ତୋ ମୁହଁକୁ ଆଉଁସି ଦେଖିବି ମନା କରିବୁନି

ତୁ ହୀରାର ରେଖାଟେ ମୋ ଶୂନ୍ୟ କପାଳରେ
ଦୁନିଆଁ ଠୁ ଲୁଚେଇ ରଖିବି ମନା କରିବୁନି

ତୁ ଦିଗଖୋଜା ଝରଣାଟେ ପାହାଡ଼ ବୁକୁରେ
ମୁଁ ଝରିବାକୁ ଛାତିଦେବି ମନା କରିବୁନି

ତୁ କାନରେ ବାଜୁଥିବା ଅଶିଣି ଶ୍ଲୋକଟିଏ
ତତେ ଦିନ ରାତି ଶୁଣୁଥିବି ମନା କରିବୁନି

ତୋ ସିନ୍ଥିର ଝରା ମତେ ନକରିଲେ ନାହିଁ
ତୋ ପାଦର ଘୁଙ୍ଗୁରଟେ ହେବି ମନା କରିବୁନି

© ତୃପ୍ତି ରଞ୍ଜନ ଦାସ

More read by Dr. Trupti Ranjan Das