ତୃପ୍ତି ରଞ୍ଜନ ଦାସTrupti Ranjan Das

Poetry Collections

ସେଇଦିନ ଭୁଲିଯିବି

Seidina Bhulijibi

Cover of ସେଇଦିନ ଭୁଲିଯିବି (Seidina Bhulijibi) by Dr. Trupti Ranjan Das

Poetry Collections · 2025

By Dr. Trupti Ranjan Das

ତୃପ୍ତିରଞ୍ଜନ ଦାସ(୧୯୯୩) ନବ ପ୍ରଜନ୍ମର ଅନ୍ୟତମ ପ୍ରତିଶ୍ରୁତିପୂର୍ଣ୍ଣ ପରିଚିତ ଲେଖକ। ଧାନବାଦ ଆଇଆଇଟିରେ ପଦାର୍ଥ ବିଜ୍ଞାନରେ ପିଏଚ୍‌ଡି ସାରିବା ପରେ ସଂପ୍ରତି ଆମିଟି ବିଶ୍ବବିଦ୍ୟାଳୟରେ ଗବେଷଣା ଓ ଅଧ୍ୟାପନାରତ ତୃପ୍ତିରଞ୍ଜନଙ୍କ ରଚନାଗୁଡିକରେ ସମ୍ପର୍କ, ସଂସାର, ଶୂନ୍ୟତା, ଶବ୍ଦ ଓ ନିରବତାର ରହସ୍ୟ-ଭେଦର ସ୍ୱାକ୍ଷର ସୁସ୍ପଷ୍ଟ। ସ୍ଥୂଳ ଦୃଷ୍ଟିକୁ ଫାଙ୍କିଦେଉଥିବା ଜାଗତିକ ପଦାର୍ଥ ଓ ପ୍ରକ୍ରିୟାଗୁଡ଼ିକର ବୋଧଗମ୍ୟ ବ୍ୟବଚ୍ଛେଦ ହିଁ ତାଙ୍କ କବିତାର ଆୟାମ ଓ ଆକର୍ଷଣ। ଏଯାବତ ତୃପ୍ତିରଞ୍ଜନଙ୍କର ‘ଆକାଂକ୍ଷିତ ସଂଧ୍ୟାଟିଏ’ ଓ ‘ନକ୍ଷତ୍ରସ୍ନାନ’ ଶୀର୍ଷକ ଦୁଇଟି କବିତା ପୁସ୍ତକ, ‘ଶୂନ୍ୟତାର ସ୍କ୍ରୀନସଟ’ ଶୀର୍ଷକ ଉପନ୍ୟାସ ଓ ‘ମାୟା ସବୁଜ’ ନାମରେ ଗୋଟିଏ ଗଳ୍ପ ସଂକଳନ ପ୍ରକାଶ ପାଇଛି। ନିଜର ସାରସ୍ବତ କୃତି ଲାଗି ଏକାଧିକ ଅନୁଷ୍ଠାନ ଦ୍ବାରା ସମ୍ମାନିତ ଓ ସମ୍ବର୍ଦ୍ଧିତ ତୃପ୍ତିରଞ୍ଜନ ଜଣେ ସାହିତ୍ୟ ସଂଗଠକ, ଉପସ୍ଥାପକ ଓ ସଞ୍ଚାଳକ ଭାବରେ ମଧ୍ୟ ସୁପରିଚିତ। ଆଶା ଓ ବିଶ୍ୱାସ, ତୃପ୍ତିରଞ୍ଜନଙ୍କ ଏହି କବିତା ପୁସ୍ତକଟି ବିପୁଳ ପାଠକୀୟ ଶ୍ରଦ୍ଧା ଓ ଆଦୃତି ଲାଭ କରିବ।

Buy now

More books by Dr. Trupti Ranjan Das