ତୃପ୍ତି ରଞ୍ଜନ ଦାସTrupti Ranjan Das

Short Story Collections

ମାୟା ସବୁଜ

Maya Sabuja

Cover of ମାୟା ସବୁଜ (Maya Sabuja) by Dr. Trupti Ranjan Das

Short Story Collections · 2024

By Dr. Trupti Ranjan Das

ନୂଆପିଢ଼ିର ଲେଖକଙ୍କ ଭିଡ଼ ଭିତରେ ଅନ୍ୟତମ ଚଇନିଫିଟ୍‌ ତାରକା ଡ. ତୃପ୍ତି ରଞ୍ଜନ ଦାସ। ତାଙ୍କ କାହାଣୀ ସବୁ ପ୍ରେମରେ ଯେତିକି ଆକ୍ତାମାକ୍ତା, ପ୍ରାଣପାଚୁର୍ଯ୍ୟରେ ସେତିକି ସତେଜ। କବିତାରୁ ନିଜର ସାରସ୍ବତ ଯାତ୍ରା ଆରମ୍ଭ କରିଥିବା ତୃପ୍ତି କାହାଣୀ କକ୍ଷରେ ପ୍ରତିଭାତ ହୋଇଛନ୍ତି ବୟସର ବିଜୁଳି ଚମକ ନେଇ। ତରୁଣ ପିଢ଼ିର ପ୍ରାପ୍ତି ଅପ୍ରାପ୍ତି, ଦ୍ବନ୍ଦ୍ବ ଓ ସହାବସ୍ଥାନ, ପ୍ରେମ ଓ ପରାଶ ପାଲଟିଛି ତାଙ୍କ କାହାଣୀର ମୂଳଦୁଆ। ପୂର୍ବରୁ ଆକାଂକ୍ଷିତ ସନ୍ଧ୍ୟାଟିଏ ଓ ନକ୍ଷତ୍ରସ୍ନାନ କବିତା ପାଇଁ ପରିଚିତ ତୃପ୍ତିଙ୍କର ଶୂନ୍ୟତାର ସ୍କ୍ରିନ୍‌ସଟ୍‌ ନାମରେ ଏକ ଉପନ୍ୟାସ ମଧ୍ୟ ରହିଛି। ମାୟା ସବୁଜ ତାଙ୍କର ପ୍ରଥମ ଗଳ୍ପ ସଂକଳନ। ଏଥିରେ ବାରମ୍ବାର ଜାଗତିକ ମାୟାରେ ମଉଳି ଯାଇ ପୁଣି ଆନ୍ତରିକତାର ଆଲିଙ୍ଗନରେ ସତେଜ ହୋଇ ଉଠୁଥିବା ପ୍ରେମମନସ୍କ ଚିତ୍ର ଓ ଚରିତ୍ରମାନଙ୍କୁ ଗଳ୍ପର ନାୟକ ଭାବେ ଠିଆ କରାଇଛନ୍ତି ଲେଖକ। ନାନାଦି ପ୍ରତିକୂଳତା ସତ୍ତ୍ବେ ଜୀବନ ପ୍ରତି ଉଚ୍ଚକିତ ଭଲପାଇବା ତାଙ୍କ କାହାଣୀକୁ ତେଜୀୟାନ୍ କରିଛି।

Buy now

More books by Dr. Trupti Ranjan Das