ତୃପ୍ତି ରଞ୍ଜନ ଦାସTrupti Ranjan Das

Short Story Collections

ମାଟି ମୁହାଣ

Mati Muhana

Cover of ମାଟି ମୁହାଣ (Mati Muhana) by Dr. Trupti Ranjan Das

Short Story Collections · 2026

By Dr. Trupti Ranjan Das

ସାହିତ୍ୟ ଓ ବିଜ୍ଞାନର ଏକ ସୁନ୍ଦର ସମନ୍ୱୟ ଡ. ତୃପ୍ତି ରଞ୍ଜନ ଦାସ । ପଦାର୍ଥ ବିଜ୍ଞାନର ଗବେଷଣାଗାରରୁ ସାହିତ୍ୟର ସାରସ୍ୱତ ପୃଥିବୀ ଯାଏ ତାଙ୍କର ଯାତ୍ରା ଓଡ଼ିଆ ସାହିତ୍ୟରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛି। କବିତା, ଗଳ୍ପ, ଉପନ୍ୟାସ, ଗଜଲ୍‌‌ ଓ ଗୀତିକବିତାରେ ତାଙ୍କ ସୃଜନଶୀଳତା ପାଠକଙ୍କ ଆଦୃତି ଲାଭ କରିଛି । ବିଭିନ୍ନ ସାରସ୍ୱତ ଅନୁଷ୍ଠାନ ଓ ସାହିତ୍ୟ ଏକାଡ଼େମୀର ଜାତୀୟ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେଇ ପ୍ରଶଂସା ଓ ସମ୍ମାନ ସାଉଁଟିଥିବା ଡ. ଦାସଙ୍କ ନୂତନ ଗଳ୍ପ ସଙ୍କଳନ ‘ମାଟି ମୁହାଣ’ ପ୍ରକାଶ ଆମ ପାଇଁ ଆନନ୍ଦ ଓ ଗୌରବର ବିଷୟ । ପ୍ରକାଶକ ଭାବେ ଏହି କୃତିକୁ ପାଠକଙ୍କ ନିକଟରେ ଉପସ୍ଥାପନ କରିବାର ସୁଯୋଗ ପାଇ ଆମେ ଆନନ୍ଦିତ ଓ ଗୌରବାନ୍ୱିତ । ଆମର ବିଶ୍ୱାସ, ଏହି ଗଳ୍ପ ସଂକଳନ ପାଠକମାନଙ୍କ ମନରେ ଏକ ନୂତନ ଆଲୋଡ଼ନ ସୃଷ୍ଟି କରିବା ସହ ସେମାନଙ୍କୁ ଆହୁରି ମାଟିମନସ୍କ କରିବ; ମାଟି, ମଣିଷ ଓ ଜୀବନର ଅନାବିଷ୍କୃତ ଅନୁଭବ ସହ ଯୋଡ଼ି ଦେବ ।

Buy now

More books by Dr. Trupti Ranjan Das