
ବିଜ୍ଞାନର ବିସ୍ତୀର୍ଣ୍ଣ ବେଳାରେ ଗବେଷଣା ଆଉ ଅଧ୍ୟାପନା କରୁଥିବା କବି ଡ. ତୃପ୍ତି ରଞ୍ଜନ ଦାସ, ଜୀବନର ଚିତ୍ରିତ ଆକାଶରେ ଖୋଜି ଚାଲନ୍ତି ତାରାଭର୍ତ୍ତି ସଞ୍ଜ। ସନ୍ଧ୍ୟାର କବରୀକୁ ସଜେଇ ବସନ୍ତି ଶବ୍ଦର ତାରକସିରେ। ପଦାର୍ଥ ବିଜ୍ଞାନର ସୂତ୍ର ଖୋଜୁଖୋଜୁ ଜୀବନକୁ ଆବିଷ୍କାର କରନ୍ତି ସେ ନୂଆ ଢଙ୍ଗରେ, ନୂଆ ବାଗରେ । ଅନେକ ସଞ୍ଜର ଦିହୁଡିକୁ ଚାହିଁ ଅନ୍ୟମନସ୍କ ହେଇ ପଡୁଥିବା ଡ. ଦାସ ନିଜର "ଆକାଂକ୍ଷିତ ସନ୍ଧ୍ୟାଟିକୁ" ଖୋଜି ଚାଲିଛନ୍ତି ଏଯାଏଁ ।
